୨୦୦ ମିଟର ଫାଇନାଲରେ ଅମିୟ

ଓଡ଼ିଶାର ଅମିୟ କୁମାର ମଲ୍ଲିକ ୫୮ତମ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୨୦୦ ମିଟର ଫାଇନାଲରେ ପହଞ୍ଚିଛନ୍ତି। ଫଳରେ ୧୦୦ ମିଟର ସେମିଫାଇନାଲରେ ଅଟକି ଯାଇଥିବା ଅମିୟ ଓଡ଼ିଶାକୁ ପ୍ରଥମ ପଦକ ଉପହାର ଦେବାର ଆଶା ସଂଚାର ହୋଇଛି। ଗୁରୁବାର ସକାଳେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ଅମିୟ ନିଜ ହିଟ୍‌ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ ଯାଇଥିଲେ। ଦ୍ବିତୀୟ ହିଟ୍‌ରେ ଅମିୟଙ୍କ ଟାଇମିଂ ଥିଲା ୨୧.୭୧ ସେକେଣ୍ଡ। ସେମିଫାଇନାଲର ହିଟ-୧ରେ ୨୧.୬୫ ସେକେଣ୍ଡ ସମୟ ସହ ‌ଫାଇନାଲ ଟି‌େକଟ ହାସଲ କରି ନେଇଥିଲେ। ଏଥର ହିଟ୍‌-୧ କିନ୍ତୁ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫାଇନାଲ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର