୪ର୍ଥ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଓ ୨୫ ରନରେ ହରାଇଲା ଭାରତ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ୪ର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଏକ ଇନିଂସ ଓ ୨୫ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଏହି ୪ଟିକିଆ ସିରିଜରେ ୩-୧ରେ ବିଜୟ ହାସଲ କରିଛି ।

ପ୍ରଥମ ଇନିଂସରେ ୨୦୫ ରନ କରିଥିବା ଇଂଲଣ୍ଡ ନିଜର ୨ୟ ଇନିଂସରେ ମାତ୍ର ୧୩୫ ରନ କରି ଅଲଆଉଟ ହୋଇଯାଇଛି । ଡାନିଏଲ ଲରେନ୍ସଙ୍କ ଅର୍ଦ୍ଧଶତକ ବ୍ୟତୀତ ଅନ୍ୟ କୌଣସି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରିନଥିଲେ । ଭାରତର ୨ଦୁଇ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ ୫ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜି ଭାରତୀୟ ଦଳ ଗତକାଲିର ସ୍କୋର ୨୯୭/୭ରୁ ଆଗକୁ ଖେଳିଥିଲା । ଗତକାଲି ୬୦ରନରେ ଅପରାଜିତ ଥିବା ଓ୍ବାସିଂଟନ ସୁନ୍ଦର ଅକ୍ଷର ପଟେଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଅକ୍ଷର ପଟେଲ ୪୩ ରନ କରି ରନଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଶୂନ ରନରେ ଆଉଟ ହୋଇଯାଇଥିଲେ । ଫଳରେ ୯୬ ରନ କରିଥିବା ସୁନ୍ଦର ଅଳ୍ପକେ ଶତକରୁ ବଂଚିତ ହୋଇଥିଲେ । ଭାରତ ନିଜର ପ୍ରଥମ ଇନିଂସରେ ୩୬୫ ରନ କରିଥିଲା ।

 

ସମ୍ବନ୍ଧିତ ଖବର