ଭୁବନେଶ୍ବର: ଚଳିତ ନଭେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ରାଜଧାନୀ ଭୁବନେଶ୍ବରର ବଛା ବଛା ଓ ପ୍ରତିଭାଶାଳୀ ପ୍ରତିଯୋଗୀମାନେ ଯୋଗ ଦେଇ ପୁଣି ଥରେ ଓଡିଶାକୁ ଗୌରବାନ୍ବିତ କରିବାକୁ ଯାଉଛନ୍ତି। ଆଉ ଏହି ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ସଭାପତି ରୁଦ୍ର ସାମନ୍ତରାୟ, ଉପସଭାପତି ସାରଦା ପ୍ରସନ୍ନ ଦାସ, ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ରାଉତ, ସଂଯୁକ୍ତ ସାଧାରଣ ସମ୍ପାଦକ ପ୍ରକାଶ ବେହେରା, ଉପଦେଷ୍ଟା ବିଶ୍ଵନାଥ ସ୍ୱର୍ଣ୍ଣାକର, ଶ୍ରିତାଙ୍ଗସୁ ଦିୱେଦି, ସୁରେଶ ଜେନା, ସୁବ୍ରଜିତ୍ ଜେନା ଓ ପୂର୍ଣ୍ଣଚନ୍ଦ୍ର ମହାରଣା ପ୍ରମୁଖ। ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଭୁବନେଶ୍ବରର ଏହି ପ୍ରତିଭାବାନ ଖେଳାଳିମାନେ ହେଲେ ପ୍ରକାଶ ବେହେରା, ତୁଷାର ବେହେରା, ଜଗନ୍ ଲେଙ୍କା, ସହିଲ ସୁନିଲ ସାହୁ, ଚନ୍ଦନ ବେହେରା, ଆକାଶ ଅଦଜୁଆତ, ଆଲୋକ ଅଦଜୁଆତ, ଜୀବନ ଜ୍ୟୋତି ପାଇକରାୟ, ପିଣ୍ଟୁ ସାହୁ ଓ ଅର୍ପିତା ଜାଲୀ।
ଜାତୀୟ କିକ୍ ବକ୍ସିଂ ଲାଗି ଓଡ଼ିଶାରୁ ୧୦
/sambad/media/post_attachments/wp-content/uploads/2021/11/5f64h654sf65hfhfhfhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)