ଚେସ୍‌ ପ୍ରଶିକ୍ଷକ ସମ୍ମିଳନୀରେ ଯୋଗ ଦେଲେ ୧୦୦ ଜଣ

ଭୁବନେଶ୍ବର: ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟର ବିଶ୍ବନାଥନ ଆନନ୍ଦ ଅନ୍ତର୍ଜତୀୟ ଚେସ୍‌ ହଲ୍‌ଠାରେ ଚେସ୍‌ ପ୍ରଶିକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ଲାଗି ଆୟୋଜିତ ଏହି ‌ସମ୍ମିଳନୀକୁ ଫିଡେ ଚେସ୍‌ ଇନ୍‌ ଏଜୁକେସନ କମିସନ ‌ଅଧ୍ୟକ୍ଷ ଜେରି ଡୁଗ୍ଲାସ ନାସ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ୧୦୦ ଜଣ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ। ଏଓସିଏ ସଭାପତି ଜିସି ମହାପାତ୍ର, ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ ରଂଜନ କୁମାର ମହାନ୍ତି, ପ୍ରତିଯୋଗିତା ନିର୍ଦେଶକ ଆଇଏମ୍‌ ଶେଖର ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର