ଆଇପିଏଲ୍‌ରେ ୧୦୦ ଛକା: ହାର୍ଦିକ୍‌ ଦ୍ରୁତତମ ଭାରତୀୟ

ମୁମ୍ବାଇ: ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦିକ୍‌ ପାଣ୍ଡ୍ୟା ଆଇପିଏଲ୍‌ରେ ୧୦୦ ଛକା ମାରିବାରେ ଦ୍ରୁତତମ ଭାରତୀୟ ହୋଇଛନ୍ତି। ଚଳିତ ସଂସ୍କରଣରେ ସୋମବାର ରାତିରେ ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ସ୍ପୋର୍ଟସ ଏକାଡେମିରେ ଖେଳାଯାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ହାର୍ଦିକ୍‌ ଏହି ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଏହି ଗୁଜରାଟ ଅଲ୍‌ରାଉଣ୍ଡର ତାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଅବସରରେ ୪ ଚୌକା ଓ ୧ ଛକା ମାରିଥିଲେ। ଏହା ଥିଲା ଆଇପିଏଲ୍‌‌‌ରେ ତାଙ୍କର ୧୦୦ତମ ଛକା। ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ହାର୍ଦିକ୍‌ ମୋଟ ୧୦୪୬ ବଲ୍‌ର ସାମ୍‌ନା କରିଥିଲେ। ଫଳରେ କମ୍‌ ବଲ୍‌ ଖେଳି ୧୦୦ ଆଇପିଏଲ୍‌ ଛକା ମାରିବାରେ ଦ୍ରୁତତମ ଭାରତୀୟ ହୋଇଥିଲା ବେଳେ ବିଶ୍ବର ତୃତୀୟ ଦ୍ରୁତତମ ବ୍ୟାଟର୍‌ ହୋଇଛନ୍ତି। ତାଙ୍କ ପୂର୍ବରୁ ‌ଦୁଇ ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଏବଂ କ୍ରିସ୍‌ ଗେଲ୍‌ ଦ୍ରୁତତମ ୧୦୦ ଛକା କ୍ଲବ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ରସେଲ ୧୦୦ ଛକାରେ ପହଞ୍ଚିବା ପାଇଁ ୬୫୭ ବଲ୍‌ ଖେଳିଥିଲା ବେଳେ ଗେଲ୍‌ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ୯୪୩ ବଲ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର