ନୂଆଦିଲ୍ଲୀ: ଭାରତୀୟ ହକି ଗୁରୁବାର (ନଭେମ୍ବର ୭) ୧୦୦ ବର୍ଷରେ ପଦାର୍ପଣ କରିଛି। ଏହି ଶତକୀୟ ବର୍ଷକୁ ହକି ଇଣ୍ଡିଆ ସ୍ମରଣୀୟ କରିବାକୁ ଆଜିଠାରୁ ଉତ୍ସବ ଆରମ୍ଭ କରିଛି। ଶତକୀୟ ବର୍ଷରେ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ପୁରୁଷ ଓ ମହିଳା ଲିଗ୍ ଆରମ୍ଭ କରି ଏହାକୁ ସ୍ମରଣୀୟ କରିବାକୁ ଯୋଜନା କରିଛି। ହକି କ୍ରୀଡ଼ାର ଜାତୀୟ ସଂଘ ଆନୁଷ୍ଠାନିକ ଭାବେ ୭ ନଭେମ୍ବର ୧୯୨୫ରେ ଗ୍ବାଲିଅରଠାରେ ଆରମ୍ଭ ହୋଇଥିଲା। ଏହି ସମୟରେ ହକିରେ ଭାରତ ଶକ୍ତିଶାଳୀ ଥିଲା। ଗତ ୯୯ ବର୍ଷରେ ଏହି ଖେଳରେ ଭାରତ ବହୁ ସଫଳତା ପାଇଛି। ୮ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିଲା ବେଳେ ଥରେ ରୌପ୍ୟ ଓ ୪ ଥର କାଂସ୍ୟ ଜିତିଛି। ଥରେ ବିଶ୍ବକପ୍ ଜିତିଥିଲା ବେଳେ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପାଇଛି। ପ୍ରାକୃତିକ ପଡ଼ିଆଠାରୁ କୃତ୍ରିମ ଟର୍ଫ ପର୍ଯ୍ୟନ୍ତ ଭାରତୀୟ ହକି ଲଗାତାର ବଢ଼ିବାକୁ ଲାଗିଛି। ବିଗତ ଗୋଟିଏ ଦଶନ୍ଧି ହେବ ଭାରତୀୟ ହକିର ନବୀକରଣ ହୋଇଛି। ୫୨ ବର୍ଷ ପରେ ଭାରତର ପୁରୁଷ ଦଳ ଲଗାତାର ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲା ବେଳେ ମହିଳା ଦଳ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହି ଇତିହାସ ରଚିଥିଲା। ଏଥିନେଇ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଭାରତୀୟ ହକିର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରୁଷ ହିଲ୍ ପୁଣି ଥରେ ଆରମ୍ଭ ହେଉଛି। ପ୍ରଥମ ଥର ମହିଳା ହିଲ୍ ଆୟୋଜନ କରୁଛୁ। ଚଳିତ ବର୍ଷବ୍ୟାପୀ ଆମେ ବିଭିନ୍ନ ଢଙ୍ଗରେ ଶତକୀୟ ବର୍ଷକୁ ପାଳନ କରି ଭାରତୀୟ ହକିର ଗୌରବକୁ ମନେ ପକାଇବୁ।
ଭାରତୀୟ ହକିର ୧୦୦ ବର୍ଷ ପୂର୍ତ୍ତି
ଭାରତୀୟ ହକି ଗୁରୁବାର (ନଭେମ୍ବର ୭) ୧୦୦ ବର୍ଷରେ ପଦାର୍ପଣ କରିଛି। ଏହି ଶତକୀୟ ବର୍ଷକୁ ହକି ଇଣ୍ଡିଆ ସ୍ମରଣୀୟ କରିବାକୁ ଆଜିଠାରୁ ଉତ୍ସବ ଆରମ୍ଭ କରିଛି। ଶତକୀୟ ବର୍ଷରେ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ପୁରୁଷ ଓ ମହିଳା ଲିଗ୍ ଆରମ୍ଭ କରି ଏହାକୁ ସ୍ମରଣୀୟ କରିବାକୁ ଯୋଜନା କରିଛି।