ନ୍ୟୁୟର୍କ: ନ୍ୟୁୟର୍କଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୧୦୪ ରନର ଲକ୍ଷ୍ୟ ରଖିଛି ନେଦରଲାଣ୍ଡସ୍ ।

Advertisment

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ଆଗରେ ନେଦରଲାଣ୍ଡର ବ୍ୟାଟ୍ସମ୍ୟାନମାନେ ବେଶୀ ସମୟ ଛିଡ଼ା ହୋଇପାରିନଥିଲେ । ଫଳରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୩୨ ରନରେ ୪ଟି ଓ୍ବିକେଟ ହରାଇଥିଲା । ସେହିପରି ଦଳର ସ୍କୋର ୪୮ ବେଳେ ୬ଟି ଓ୍ବିକେଟ ହରାଇସାରିଥିଲା । ତେବେ ସାଇବ୍ରାଣ୍ଡ ଏଞ୍ଜଲବ୍ରେଟ କିଛି ସମୟ ତିଷ୍ଠି ରହି ସ୍କୋରକୁ ଆଗେଇ ନେଇଥିଲେ । ସେ ୪୦ ରନ କରିଥିଲେ । ଲୋଗାନ ଭାନ ବିକ୍ ୨୩ ରନ କରିଥିଲେ । ଲୋଗାନ ଭାନ ବିକ୍ ୨୩ ରନ କରିଥିଲେ । ବିକ୍ରମଜିତ ସିଂ ୧୨ ଓ ସ୍କଟ୍ ଲୋଗାନ ୧୦ ରନ କରିଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓଟନେଲ ବାର୍ଟମାନ ୪ଟି ଓ୍ବିକେଟ ନେଇଥିବାବେଳେ ମାର୍କ ଜାନସେନ ଓ ନର୍ଜି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।