ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯଉଥିବା ଆଇସିସି ମହିଳା ଟି-୨୦ ବିଶ୍ବକପର ୭ମ ମ୍ୟାଚ ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦୫ ରନ କରିବା ସହ ଭାରତ ଆଗରେ ୧୦୬ ରନର ଲକ୍ଷ୍ୟ ରଖିଛି ।
ଏହି ମ୍ୟାଚରେ ପାକିସ୍ତାନ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ ପାକିସ୍ତାନର ବ୍ଯାଟରମାନଙ୍କୁ ଚାପରେ ରଖିଥିଲେ । ପାକିସ୍ତାନ ମାତ୍ର ୧ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । କେବଳ ନିଦା ଦର୍ ସର୍ବାଧିକ ୨୮ ରନ ଓ ମୁନିବା ଅଲ୍ଲି ୧୭ ରନ ଓ ସଇଦା ଆୟୁବ ୧୪ ରନ କରିଥିଲେ । ସେହିପରି ଫାତିମା ସାନା ୧୩ ରନ କରିଥିଲେ ।
ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ୩ଟି ଓ୍ବିକେଟ ନେଇଥିବାବେଳେ ଶ୍ରେୟଙ୍କା ପାଟିଲ୍ ୨ଟି ଓ୍ବିକେଟ ନେଇଥିଲେ । ଆଶା ଶୋଭନା, ରେଣୁକା ସିଂ ଓ ଦିପ୍ତି ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।