ପଂଜାବର ବ୍ୟାଟିଂ ବିପର୍ଯ୍ୟୟ, ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଲା

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ  ଚାଲିଥିବା ଆଇପିଏଲ ୨୦୨୧ର ୮ମ ମ୍ୟାଚରେ ପଂଜାବ କିଙ୍ଗସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ଓଭରରେ ମାତ୍ର ୧୦୬ ରନ କରିଛି ।  ଫଳରେ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି ।

ଆଜି ଚେନ୍ନାଇ ଟସ ଜିତି ପଂଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ପଂଜାବ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ  ହୋଇଥିଲା । ଦଳୀୟ ସ୍କୋର ମାତ୍ର ୧ ରନ ହୋଇଥିବାବେଳେ ମୟଙ୍କ ଅଗ୍ରଓ୍ବାଲ ଆଉଟ ହୋଇଥିଲେ । ଏହା ପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ପଡ଼ିଚାଲିଥିଲା । ଶାହରୁଖ ଖାଁଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ କିଛି ଯୋଗଦାନ ଦେଇପାରିନଥିଲେ । ଦଳର ତାରକା ବ୍ୟାଟ୍ସମ୍ୟାନ କ୍ରିସ ଗେଲ ୧୦ ରନ, କେଏଲ ରାହୁଲ ୫ ରନ କରିଥିଲେ । ତେବେ ଶାହରୁଖଙ୍କ ୪୭ ରନ ବଳରେ ଦଳୀୟ ସ୍କୋର ୧୦୦ ଟପିପାରିଥିଲା । ପଂଜାବ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୦୬ ରନ କରିଥିଲା ।

ସମ୍ବନ୍ଧିତ ଖବର