ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ ପାଇଁ ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ

ନୂଆଦିଲ୍ଲୀ: କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଡେ’ ନାଇଟ ଟେଷ୍ଟ । ଏହି ପ୍ରଥମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ତେବେ ଏହି ଟେଷ୍ଟ ମ୍ୟାଚରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବେ । ଏହାସହ ଶୁଭମନ ଗିଲଙ୍କୁ ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ମିଳିନାହିଁ। ତେବେ ଦଳରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କ ସହ କିଏ ଓପନିଂ କରିବ ତାକୁ ନେଇ ଚର୍ଚ୍ଚା ହେଉଥିଲା ।

ହେଲେ ଦଳ ପୃଥୀ ସ’ଙ୍କ ଉପରେ ଭରସା ରଖିଛି । ନ୍ୟୁଜିଲାଣ୍ଡ ଗସ୍ତ ପରଠୁ ଆଇପିଏଲରେ ପୃଥୀ ସ’ଙ୍କ ପ୍ରଦର୍ଶନ ଏତେ ଭଲ ରହି ନଥିଲା । ତେବେ ଏହି ଟେଷ୍ଟ ତାଙ୍କ ପାଇଁ ଭଲ ଯିବ ବୋଲି ଆଶା କରାଯାଉଛି । ସେହିପରି ଏଥର ଶୁଭମନ ଗିଲ ଟେଷ୍ଟରେ ଡେବ୍ୟୁ କରିଥାନ୍ତେ । ହେଲେ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ତେଣୁ ଟେଷ୍ଟରେ ଡେବ୍ୟୁ କରିବା ପାଇଁ ତାଙ୍କୁ ଆହୁରି ଅପେକ୍ଷା କରିବାକୁ ହେବ । ଏହାସହ ଦଳ ଦକ୍ଷ ବୋଲର ଭାବେ ଉମେଶ ଯାଦବଙ୍କ ଉପରେ ଭରସା କରିଛି ।

ଭାରତୀୟ ଦଳ: ମୟଙ୍କ ଅଗ୍ରୱାଲ, ପୃଥୀ ସ’, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ୍ ଅଶ୍ୱିନୀ, ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା ।

ସମ୍ବନ୍ଧିତ ଖବର