‘ବେଞ୍ଚପ୍ରେସ’ ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଶାର ୨୧ ପ୍ରତିଯୋଗୀ

ଭୁବନେଶ୍ୱର: ଆଗାମୀ ମାର୍ଚ୍ଚ ୧୬ରୁ ୧୮ ମଧ୍ୟରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ହେବାକୁ ଥିବା ‘ବେଞ୍ଚପ୍ରେସ’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ଦଳ ଗସ୍ତ କରିଛନ୍ତି। ସବ୍‌ଜୁନିଆର, ଜୁନିଅର, ସିନିଅର ଓ ମାଷ୍ଟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶାରୁ ୨୧ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ଜୁନିଅର ବିଭାଗରେ ବସନ୍ତ ମାଲେକା, ବିଶ୍ୱଜିତ୍‌ ତ୍ରିପାଠୀ, ସିନିଅର ବର୍ଗରେ ବିଚିତ୍ର ନାୟକ, ରୁଦ୍ର ନାରାୟଣ ସାହୁ, କୃଷ୍ଣଚନ୍ଦ୍ର ପୃଷ୍ଟି, ଏମ୍‌ଡି ଜାଭେଦ୍‌ ଆର୍ଶାଦ, ମାଷ୍ଟର୍ସ ବିଭାଗରେ ସୁଜିତ କୁମାର ଗିରି, ପ୍ରଶାନ୍ତ କୁମାର ସେନାପତି, ସନ୍ତୋଷ କୁମାର ଭୂୟା, ପ୍ରଫୁଲ୍ଲ ଆମୋହୋତ୍ୟ, ମନୋଜ କୁମାର ମିଶ୍ର, ପ୍ରଦୀପ କୁମାର ମିଶ୍ର, ବିଜୟ କୁମାର ରାଉତ, ନାରାୟଣ ସେଠୀ, ଏଲ୍‌ ବାଙ୍ଗୁରୁ ନାଇଡୁ, ଜୟ ବାତରିଆ, ରାମଦେଓ ଦିପ୍‌ ଓ ସିନିଅର ବର୍ଗ ଇକ୍ୟୁପଟ୍‌ ବିଭାଗରେ କେ ଦୋରା ଭାଗ ନେବେ।

ପ୍ରତିଯୋଗିତାରେ ସନ୍ତୋଷ କୁମାର ଭୂୟାଁ ଓ କେ ଦୋରା କୋଚ ଏବଂ ପ୍ରଦୀପ କୁମାର ମିଶ୍ର ମ୍ୟାନେଜର ଦାୟିତ୍ୱ ନେବେ। ଓଡ଼ିଶା ଦଳକୁ ସଂଘର ସଭାପତି ସାଂସଦ କଳିକେଶ ନାରାୟଣ ସିଂଦେଓ, ଉପ ସଭାପତି ଡା ହରି ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଓ ସଂପାଦକ ଇଂ ଚିତ୍ତରଂଜନ ସ୍ୱାଇଁ ଶୁଭେଚ୍ଛା ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର