ଆଇପିଏଲ : ଦିଲ୍ଲୀ ଆଗରେ ୧୧୬ ରନର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୧୬ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ । ପ୍ରଥମେ ବ୍ୟାଟିଂ କରି ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୧୧୫ ରନ କରିଥିଲା ।

ଏହି ମ୍ୟାଚରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ ଓ ମୟଙ୍କ ଅଗ୍ରଓ୍ବାଲ ୨୪ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦଳକୁ ନିରାଶ କରିଥିଲେ । ଗୋଟିଏ ସମୟରେ ଲାଗୁଥିଲା ଯେ ଦଳ ୧୦୦ ମଧ୍ୟ ଛୁଇଁପାରିବ ନାହିଁ । ତେବେ ଦଳ ୨୦ ଓଭରରେ ୧୧୫ ରନ କରି ଅଲଆଉଟ ହୋଇଯାଇଥିଲା । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ, କୁଳଦୀପ ଯାଦବ, ଅକ୍ଷର ପଟେଲ ଓ ଲଲିତ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଦିଲ୍ଲୀ ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୨ଟି ବିଜୟ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି । ପଂଜାବ ଦଳ ୬ଟି ମ୍ୟାଚ ଖେଳି ୩ ବିଜୟ ୩ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

 

 

ସମ୍ବନ୍ଧିତ ଖବର