କାନ୍ବେରା : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଥମ ଶତକ ଇଂଲଣ୍ଡ ଅଧିନାୟିକା ହିଦର ନାଇଟ୍ଙ୍କ ନାମକୁ ଯାଇଛି। ବୁଧବାର ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍ରେ ନାଇଟ୍ ଅପରାଜିତ ୧୦୮ ରନ୍ କରିଥିଲା ବେଳେ ତାଙ୍କ ଦଳ ୯୮ ରନ୍ର ବୃହତ୍ ବ୍ୟବଧାନରେ ବିଜୟୀ ହୋଇଛି। ଇଂଲଣ୍ଡର ୧୭୬/୨ ଜବାବରେ ଥାଇଲାଣ୍ଡ୍ ୭୮/୭ କରିପାରିଥିଲା। ଇଂଲଣ୍ଡ ପକ୍ଷରୁ ନାତାଲିଆ ସିଭର୍ ୫ ରନ୍ରେ ୨ ଓ ଆନ୍ୟା ସ୍ରବ୍ସୋଲେ ୨୧ ରନ୍ରେ ୩ ୱିକେଟ୍ ଅକ୍ତିଆର କରିଥିଲେ। ଇଂଲଣ୍ଡର ମଧ୍ୟ ଏହା ସର୍ବୋଚ୍ଚ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ସ୍କୋର୍। ନାଇଟ୍ ୬୬ ବଲ୍ରୁ ୧୦୮ ରନ୍ କରିଥିଲେ। ଏଥି ସହିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶତକ ଜମାଇବାରେ ସେ ଚତୁର୍ଥ ଖେଳାଳି ହୋଇଛନ୍ତି।
ଚଳିତ ବିଶ୍ବକପ୍ର ବୁଧବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ୮ ୱିକେଟ୍ରେ ୨୦୧୬ ବିଜେତା ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଦେଇଛି। ୱେଷ୍ଟଇଣ୍ଡିଜ୍ ୧୨୪/୭ କରିଥିଲା ବେଳେ ପାକିସ୍ତାନ ୧୮.୨ ଓଭରରେ ୧୨୭/୨ କରିନେଇଥିଲା। ଏଥି ସହିତ ଚଳିତ ବିଶ୍ବକପ୍ରେ ପାକିସ୍ତାନ ମଧ୍ୟ ପ୍ରଥମ ବିଜୟ ହାସଲ କରିଛି।