କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ମୋହାଲି: ମନ୍ଥର ଓଭର ବୋଲିଂ ପାଇଁ ରୟାଲ୍ସ ଚ୍ୟା‌ଲେଞ୍ଜର୍ସ ‌ବାଙ୍ଗ‌ଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ହୋଇଛି। ଶନିବାର କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଆର୍‌ସିବି ବୋଲରମାନେ ମନ୍ଥର ବୋଲିଂ କରିଥିଲେ। ଯାହା ପାଇଁ ଅଧିନାୟକଙ୍କୁ ଏହି ଦଣ୍ଡ ମିଳିଛି। ତେବେ ଏହା ଦଳର ପ୍ରଥମ ତ୍ରୁଟି ଥିବାରୁ ଆଇପିଏଲ୍‌ ଆଚରଣ ସଂହିତା ଦୃଷ୍ଟିରୁ କୋହଲିଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି। ଶନିବାର ଆର୍‌ସିବି ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ପାଇଥିଲା। ସଂପ୍ରତି କୋହଲିଙ୍କ ଦଳ ୭ ମ୍ୟାଚ୍‌ରୁ ୬ ପରାଜୟ ସହ ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହିଛି। ପୂର୍ବରୁ ‌‌ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ସମାନ ପରିମାଣର ଦଣ୍ଡ ମିଳିଥିଲା।

ସମ୍ବନ୍ଧିତ ଖବର