ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଧିମା ଓଭର ପାଇଁ ଦିଲ୍ଲୀ କ୍ୟାପିଟାଲସ ଅଧିନାୟକ ଶ୍ରେୟାସ ଆୟାରଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଆୟାରଙ୍କ ଉପରେ ଏହି ଜରିମାନା କରାଯାଇଛି | ଆଇପିଏଲର ବିଜ୍ଞପ୍ତି ଅନୁଯାୟୀ ଆବୁଧାବିରେ ୨୯ ଡିସେମ୍ବରରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଧିମା ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।
ଗତ ସପ୍ତାହରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ଦଳର ଧିମା ଓଭର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ସୂଚନା ଥାଉ କି ଗତକାଲି ତ୍ରୟୋଦଶ ସଂସ୍କରଣ ଆଇପିଏଲ୍ର ଏକାଦଶ ମ୍ୟାଚ୍ରେ ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦ ୧୫ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଥିଲା ।
ଆବୁଧାବିର ମନ୍ଥର ପିଚ୍ରେ ହାଇଦ୍ରାବାଦ ୧୬୨ ରନ୍ କରିବା ପରେ ଦିଲ୍ଲୀକୁ ୧୪୭/୭ରେ ସୀମିତ ରଖିଥିଲା। ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ପରାଜୟ ବରଣ କରିଥିଲା । ମିତ୍ତବ୍ୟୟୀ ବୋଲିଂ କରିଥିବା ଆଫଗାନିସ୍ତାନ ଲେଗସ୍ପିନର୍ ରସିଦ୍ ଖାନ୍ (୪-୦-୧୪-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/117831-eymkmofeya-1555645503.jpg)