ଭୁବନେଶ୍ୱର: ଜମ୍ମୁ ଓ କଶ୍ମିରର ମୌଲାନା ଆଜାଦ୍ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଥିବା ସପ୍ତଦଶ ଜାତୀୟ ଉପକନିଷ୍ଠ ଉଶୁ ପ୍ରତିଯୋଗିତାରେ ୧୨ ପଦକ ସହ ଓଡ଼ିଶା ତୃତୀୟ ସ୍ଥାନ ପାଇଛି। ଓଡ଼ିଶା ପ୍ରତିଯୋଗୀମାନେ ୧ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୬ କାଂସ୍ୟ ପଦକ ଜିତିଛନ୍ତି। ସାନ୍ସାଇ ବାଳିକା ବର୍ଗରେ ସ୍ୱେତାରାଣୀ ମହାନ୍ତ (୨୪ କେଜି) ସ୍ୱର୍ଣ୍ଣ, ସୁମିତ୍ରା ମୁଣ୍ଡା (୩୨ କେଜି) ରୌପ୍ୟ, ମାଲିନି ମୁଣ୍ଡା (୨୦ କେଜି) ଓ ଯଶୋଦା ପୂର୍ତ୍ତି (୩୯ କେଜି) କାଂସ୍ୟ ପଦକ ହାସଲ କରିଥିଲେ। ସାନ୍ସୋଇ ବାଳକରେ ବବଲୁ ମୁଣ୍ଡା (୪୨ କେଜି), ସଞ୍ଜୀବ ନାୟକ (୪୫ କେଜି) ଓ କୃଷ୍ଣ ଖଣ୍ଡାୟତ (୪୮ କେଜି) ରୌପ୍ୟ, ରାଜକୁମାର ମୁଣ୍ଡା (୨୪ କେଜି), କ୍ରିଷ୍ଣା ମୁଣ୍ଡା (୨୮ କେଜି) ଓ ଅମର ପାତ୍ର (୩୬ କେଜି) କାଂସ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ତାଓଲୁ ବର୍ଗ ବାଳିକାରେ କ୍ରିତିକା ପସେରି ରୌପ୍ୟ ଓ ବାଳକରେ ଆଶୁତୋଷ ମହାରଣା କାଂସ୍ୟ ପଦକ ହାସଲ କରିଥିଲେ। ମାର୍ଚ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୯୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ଓଡ଼ିଶାରୁ ୩୦ (୧୪ ବାଳକ ଓ ୧୬ ବାଳିକା) ଜଣ ଭାଗ ନେଇଥିଲେ। ପ୍ରଦ୍ୟୁମ୍ନ ବେହେରା, ଶରତ ଦାସ ଓ ନବୀନ ସିଂହ ଓଡ଼ିଶା ଦଳ ସହ ଅଧିକାରୀ ଏବଂ ପଙ୍କଜ ମହାନ୍ତ ପ୍ରଶିକ୍ଷକ ଭାବେ ରହିଥିଲେ। ଓଡ଼ିଶା ଦଳର ସଫଳତା ପାଇଁ ରାଜ୍ୟ ଉଶୁ ସଂଘର ସଭାପତି ସୁଧାଂଶୁଶେଖର ହରିଚନ୍ଦନ, ସଂପାଦକ ପ୍ରଦ୍ୟୁମ୍ନ ବେହେରା ଓ ସମସ୍ତ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶା ୧୨ ପଦକ ସହ ତୃତୀୟ
ଜାତୀୟ ଉପକନିଷ୍ଠ ଉଶୁ
/sambad/media/post_attachments/wp-content/uploads/2018/04/12-National-Sub-junior-wushu-championship-2018.jpg)