ଭୁବନେଶ୍ବର: ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମଠାରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ଉପକନିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୪ କାଂସ୍ୟ ସହ ୧୨ ପଦକ ମିଳିଛି। ସୁରଭି ପଣ୍ଡା ଓ ଆଲିସା ସୁବୁଦ୍ଧି ସ୍ବର୍ଣ୍ଣ ହାସଲ କରିଥିଲା ବେଳେ ଆକାଂକ୍ଷା ମହାନ୍ତି, ଅର୍ଣ୍ଣଦିତା ସ୍ୱାଇଁ, ଓରଜା ସାମନ୍ତ, ଆଲିସା ଚୌହାନ, ଫତିମା ପରୱେଜ ଓ ଆଦ୍ୟା ପ୍ରିୟଦର୍ଶିନୀ ସାହୁ ରୌପ୍ୟ ଏବଂ ଲିନ୍ସି ସିଂ, ରାଜେଶ୍ୱରୀ ସିଂ, ଅରୟା ବଂଶିକା ଓ କାଜଲ ଆଚାର୍ଯ୍ୟ କାଂସ୍ୟ ପଦକ ଜିତିଥିଲେ। ପଦକ ବିଜେତାଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରି ମହାନ୍ତି ଓ ପ୍ରଶିକ୍ଷକ ହରିପ୍ରସାଦ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp