ଆକନକାଗୁଆ ଶୀର୍ଷରେ ୧୨ ବର୍ଷୀୟା କାମ୍ୟା

ମୁମ୍ବାଇ: ଭାରତୀୟ ବାଳିକା କାମ୍ୟା କାର୍ତ୍ତିକେୟନ୍‌ ସର୍ବକନିଷ୍ଠ ପର୍ବତାରୋହୀ ଭାବେ ଆର୍ଜେଣ୍ଟିନାର ଆଣ୍ଡିସ୍ ପର୍ବତମାଳାରେ ଅବସ୍ଥିତ ମାଉଣ୍ଟ୍‌ ଆକନକାଗୁଆ ଅରୋହଣ କରିବାର କୀର୍ତ୍ତିମାନ କରିଛନ୍ତି। ମୁମ୍ବାଇସ୍ଥିତ ନେଭି ଚି‌‌ଲ୍‌ଡ୍ରେନ୍‌ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ୧୨ ବର୍ଷୀୟା କାମ୍ୟା ଫେବ୍ରୁଆରି ୧ ତାରିଖରେ ୬୯୬୨ ମିଟର ଉଚ୍ଚ ଏହି ପାହାଡ଼ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ। ଗତ ବର୍ଷ ଅଗଷ୍ଟ ୨୪ରେ କାମ୍ୟା ଲଦାଖସ୍ଥିତ ମାଉଣ୍ଟ୍‌ ମେଣ୍ଟକ କଙ୍ଗ୍ରି-୨ (୬୨୬୦ ମିଟର) ଆରୋହଣ କରିଥିଲେ। କାମ୍ୟାଙ୍କ ବାପା ଏସ୍‌ କାର୍ତ୍ତିକେୟନ ଭାରତୀୟ ନୌସେନାରେ କମାଣ୍ଡର ଥିଲା ବେଳେ ମା’ ଲାବନ୍ୟ ଶିକ୍ଷୟିତ୍ରୀ। ମାତ୍ର ୩ ବର୍ଷ ବୟସରେ କାମ୍ୟା ଲୋପାଭାଲା (ପୁଣେ)ରେ ପାହଡ଼ଚଢ଼ା ଆରମ୍ଭ କରିଥିଲେ। ୯ ବର୍ଷ ବୟସରେ ସେ ଉତ୍ତରାଖଣ୍ଡର ରୂପକୁଣ୍ଡ (୫୦୨୦ ମିଟର) ସହ ହିମାଳୟର ବିଭିନ୍ନ ଉଚ୍ଚ ପର୍ବତ ଅଭିଭାବକଙ୍କ ସହ ଚଢ଼ି ସାରିଛନ୍ତି।

ସମ୍ବନ୍ଧିତ ଖବର