ନ୍ୟୁୟର୍କ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ବକପ୍ରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛି। ନ୍ୟୁୟର୍କର କାଉଣ୍ଟି ଷ୍ଟାଡିୟମରେ ଜାରି ଥିବା ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ୧୯ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିଛି। ଫଳରେ ପାକିସ୍ତାନକୁ ୧୨୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭରୁ ଦେଖାଯାଇଥିଲା। ବିରାଟ କୋହଲି ଓ ରୋହିତ ଶର୍ମା ଶସ୍ତାରେ ଆଉଟ୍ ହୋଇଥିଲେ। ରୋହିତ ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୩ରନ୍ କରିଥିଲେ। ସେ ୧୨ଟି ବଲ୍ର ସାମ୍ନା କରିଥିଲେ। ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୧ଟି ବଲ୍ ଖେଳି ୬ଟି ଚୌକା ବଳରେ ୪୨ ରନ୍ ସଂଗ୍ରହ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବ୍ୟାଟରୁ ୨୦ ରନ୍ ସଂଗ୍ରହ ହୋଇଥିଲେ। ସେ ୧୮ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/GPpeDJnWEAAqOCt.jpeg)