ବିଶ୍ବକପ୍ : ଇଂଲଣ୍ଡ ଆଗରେ ୧୨୫ ରନର ବିଜୟ ଲକ୍ଷ୍ୟ ରଖିଲା ବଂଲାଦେଶ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ବାଂଲାଦେଶ ଇଂଲଣ୍ଡ ଆଗରେ ୧୨୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ନିଜର ଦୁଇ ଓପନରଙ୍କୁ ହରାଇ ସଂକଟରେ ପଡ଼ିଥିଲା । ୩ୟ ସ୍ଥାନରେ ଆସିଥିବା ସାକିବୁଲ ହସନ ମଧ୍ୟ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ମୁସ୍ତାଫିଜୁର ରହିମ ଓ ମହମ୍ମଦୁଲ୍ଲା କିଛି ସମୟ କ୍ରିଜରେ ତିଷ୍ଠି ରହି ସ୍କୋରକୁ ଆଗେଇ ନେଇଥିଲେ । ରହିମ ୨୯ ଓ ମହମ୍ମଦୁଲ୍ଲା ୧୯ ରନ କରିଥିଲେ । ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନମାନେ କିଛି କିଛି ରନର ଯୋଗ ଦାନ ଦେଇ ଦଳୀୟ ସ୍କୋରକୁ ୧୨୪ରେ ପହଞ୍ଚାଇଥିଲେ ।

ଏହି ବିଶ୍ବକପରେ ଏପର୍ଯ୍ୟନ୍ତ ଇଂଲଣ୍ଡ ଦଳ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ପାଇଛି । ମାତ୍ରା ବାଂଲାଦେଶ ଗୋଟିଏ ମ୍ୟାଚ ଖେଳି ସେଥିରେ ପରାଜିତ ହୋଇଛି । ଏଣୁ ଆଜି ମ୍ୟାଚକୁ ଜିତି ବାଂଲା ଦଳ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିବାକୁ ଚେଷ୍ଟା କରିବ ।

ସମ୍ବନ୍ଧିତ ଖବର