ଭୁବନେଶ୍ବର: ଆଧୁନିକ ଅଲିମ୍ପିକ୍ସକୁ ୧୨୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବାବେଳେ କେରଳ ଜଣେ ଇତିହାସ ପ୍ରଫେସର ନିଜ ଅଭିନବ ଅଭିଯାନକୁ ଏଥିରେ ସାଉଁଟିଛନ୍ତି। କାଲିକଟସ୍ଥିତ ମାଲାବର ଖ୍ରୀଷ୍ଟିଆନ୍ କଲେଜର ପ୍ରଫେସର ଏମ୍ସି ବଶିଷ୍ଟ ଅତୀତର ସମସ୍ତ ଅଲିମ୍ପିକ୍ସ ଲୋଗୋକୁ ଗୋଟିଏ ବ୍ୟାନରରେ ପ୍ରସ୍ତୁତ କରି ପ୍ରଦର୍ଶିତ କରୁଛନ୍ତି। ପ୍ରତିଟି ବିଶ୍ବସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ନେଇ ନିଜ ଲେଖା ଏବଂ ଅଭିଯାନରେ ବଶିଷ୍ଟ ନିରଂତର ସ୍ଥାନ ଦେଇଥାନ୍ତି। ସୂଚନାଯୋଗ୍ୟ, ପ୍ରାଚୀନ ଅଲିମ୍ପିକ୍ସ ୩୯୩ ଏଡିରେ ବନ୍ଦ ହୋଇଥିବାବେଳେ ୧୮୯୬ରେ ପିଏର୍ ଡି’ କ୍ୟୁବରତିନ୍ ଏଥେନ୍ସରୁ ଆଧୁନିକ ଅଲିମ୍ପିକ୍ସର ଶୁଭାରମ୍ଭ କରିଥିଲେ। ସେହି ଦୃଷ୍ଟିରୁ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ଆଧୁନିକ ସଂସ୍କରଣର ୧୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ଏହି ମାଇଲଖୁଣ୍ଟ ସଂସ୍କରଣ ସହ ନିଜକୁ ସାମିଲ କରିପାରିଥିବାରୁ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି ବଶିଷ୍ଟ।
ଆଧୁନିକ ଅଲିମ୍ପିକ୍ସକୁ ୧୨୫ ବର୍ଷ
/sambad/media/post_attachments/wp-content/uploads/2021/07/f54h6sf456h4f5s6456fhfshfshsfhsfhfhsfhsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)