ଟି-୨୦ ବିଶ୍ବକପ : ଇଂଲଣ୍ଡ ଆଗରେ ୧୨୬ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଇଂଲଣ୍ଡ ଆଗରେ ୧୨୬ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ନିୟମିତ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଉପରଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଦଳର ରନଗତି ଧୀମମେଇ ଯାଇଥିଲା । ତେବେ ଅଧିନାୟକ ଆରନ ଫିଞ୍ଚ୍ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ୪୪ରନ କରିଥିଲେ । ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନମାନଙ୍କ ଉପଯୋଗୀ ଯୋଗଦାନ ଫଳରେ ଦଳ ୨୦ ଓଭରରେ ୧୨୫ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି, କ୍ରିସ ଓକ୍ସ ଓ ଟାଇମାଲ ମିଲ୍ସ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଉଭୟ ଦଳ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି ଓ ବିଜୟ ଲାଭ କରିଛନ୍ତି ।

 

 

ସମ୍ବନ୍ଧିତ ଖବର