ଆଇପିଏଲ : ହାଇଦ୍ରାବାଦ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ସାରଜା : ସାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୧୨୫ ରନ କରିଛି । ଫଳରେ ହାଇଦ୍ରାବାଦ ପାଇଁ ୧୨୬ ରନର ବିଜୟ ଲକ୍ଷ୍ୟ ରହିଛି ।

ଆଜି ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ଭଲ ଆରମ୍ଭ କରିଥିଲେ ବି ପରବର୍ତ୍ତି ସମୟରେ ତାହାକୁ ବଜାୟ ରଖିପାରିନଥିଲା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ପଞ୍ଜାବ ପକ୍ଷରୁ ଆଇଡେନ ମାର୍କରାମ ୨୭ ଓ କେଏଲ ରାହୁଲ ୨୧ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଜାସନ ହୋଲଡର ୩ଟି ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଉଭୟ ହାଇଦ୍ରାବାଦ ଓ ପଞ୍ଜାବ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଫଳରେ ପଏଣ୍ଟ ଟେବୁଲରେ ଉଭୟ ଦଳ ଯଥାକ୍ରମେ ତଳଆଡ଼ୁ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

 

ସମ୍ବନ୍ଧିତ ଖବର