୧୩ ଦୁଃସାହସିକ ଶିବିରରେ ପ୍ରଶିକ୍ଷଣ ଦେଲେ ଗଣେଶ

ଭୁବନେଶ୍ୱର: ଓଡ଼ିଆ ଏଭେରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା ୧୩ ଦୁଃସାହସିକ ଶିବିରରେ ପ୍ରଶିକ୍ଷଣ ଦେଇଛନ୍ତି। ଜାତୀୟ ଦୁଃସାହାସିକ କ୍ଲବ୍‌ ଏବଂ ହରିଆନା ସରକାରଙ୍କ ମିଳିତ ଆନୁକୂଲ୍ୟରେ ହିମାଚଳ ପ୍ରଦେଶର ମନାଲିଠାରେ ଚଳିତ ମାସ ୫ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହୋଇଥିଲା। ଭାନୁପୁଲ, ହରିପୁର, ସୋମ୍ବାନ ଏବଂ ସୋଲାମିଲେରେ ଏହି ୧୩ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଶିବରରେ ୨୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ରହିଥିଲେ। ଗଣେଶ ଏପର୍ଯ୍ୟନ୍ତ ୭୦ ଦୁଃସାହସିକ ଶିବିରରେ ପ୍ରଶିକ୍ଷଣ ଦେଇ ସାରିଲେଣି। ଦୁଃସାହସିକ କ୍ରୀଡ଼ାରେ ୨୪ ବର୍ଷର ଅଭିଜ୍ଞତା ରଖିଥିବା ଗଣେଶ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଆସୋସିଏସନ୍‌ ଫର୍‌ ଆଡ୍‌ଭେଞ୍ଚର ଆଣ୍ଡ୍‌ ସୋସିଆଲ୍‌ ଆକ୍ଟିଭିଟିସ୍‌ (ଆସା) ନାମରେ ଓଡ଼ିଶାରେ ଏହିପରି ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖିଥିବା ଆସାର ପରମାର୍ଶଦାତା ଅଶୋକ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର