ଟି-୨୦ ବିଶ୍ବକପର ଶେଷ ଲିଗ୍ ମ୍ୟାଚ : ଭାରତ ଆଗରେ ୧୩୩ ରନର ବିଜୟ ଲକ୍ଷ୍ୟ ରଖିଲା ନାମିବ୍ୟା

ଦୁବାଇ :  ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଟି-୨୦ ବିଶ୍ବକପର ଶେଷ ଲିଗ ମ୍ୟାଚରେ ଭାରତ ଆଗରେ ୧୩୩ ରନର ବିଜୟ ଲକ୍ଷ୍ୟ ରଖିଛି ନାମିବ୍ୟା ।

ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ  କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୨ ରନ କରିଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଦଳ ପକ୍ଷରୁ ଡେଭିଡ୍ ଓ୍ବାଇଜ ସର୍ବାଧିକ ୨୬ ରନ ଓ ଷ୍ଟିଫେନ ବାର୍ଡ ୨୧ ରନ କରିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନୀ ଓ ରବୀନ୍ଦ୍ର ଜାଦେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଦ୍ରୁତ ବୋଲର ଜସପ୍ରୀତ ବୁମରା ୨ଟି ଓ୍ବିକେଟ ନେଇଥିଲେ ।

ସୂଚନାଯୋଗ୍ୟ ଯେ, ଭାରତ ଏହି ବିଶ୍ବକପରୁ ବିଦାୟ ନେଇସାରିଛି । ଆସନ୍ତା ୧୦ ତାରିଖରେ  ପ୍ରଥମ ସେମି ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ସେହିପରି ୧୧ ତାରିଖରେ ୨ୟ ସେମିଫାଇନାଲ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।

ସମ୍ବନ୍ଧିତ ଖବର