୨ୟ ଟି୨୦ : ଶ୍ରୀଲଙ୍କା ଆଗରେ ୧୩୩ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ : କଲମ୍ବୋଠାରେ ଚାଲିଥିବା ୨ୟ ଟି୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କା ଆଗରେ ୧୪୦ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି । ଭାରତ ପକ୍ଷରୁ ଶିଖର ଧଓ୍ବନ ୪୦, ଦେବଦତ୍ତ ପଡ଼ିକଲ୍ଲ ୨୯, ଋତୁରାଜ ଗାଇକ୍ବାଡ୍ ୨୧ ରନ କରିଥିଲେ । ମାତ୍ର ଭାରତର ମଧ୍ୟଭାଗ ବ୍ୟାଟିଂ ବିଫଳ ହୋଇଥିଲା । ଫଳରେ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୩୨ ରନ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ୨ଟି, ହସରଙ୍ଗା, ଚମିରା ଓ ସନକା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚ ମଙ୍ଗଳବାର ହେବାକୁ ଥିଲେ ବି କ୍ରୁନାଲ ସଂକ୍ରମିତ ଜଣାପଡ଼ିବା ପରେ ତାହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା । ପ୍ରଥମ ଟି୨୦ରେ ଭାରତ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ । ତେବେ ଶ୍ରୀଲଙ୍କା ଜିତିଲେ ଆସନ୍ତା କାଲି ଅର୍ଥାତ ଗୁରୁବାର ହେବାକୁ ଥିବା ୩ୟ ଟ୨୦ର ଗୁରୁତ୍ବ ବଢିଯ଼ିବ ।

ସମ୍ବନ୍ଧିତ ଖବର