ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡୟମରେ ସୋମବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୫୫ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୩୪ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।

Advertisment

ଏହି ମ୍ୟାଚରେ ହାଇହ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା ଓ ଶେଷ ପର୍ଯ୍ୟନ୍ତ ଏହି ବିପଦରୁ ଉଦ୍ଧାର ପାଇପାରିନଥିଲା । ଦଳର ଖାତା ଖୋଲିନଥିବାବେଳେ କରୁଣ ନାୟାର ଆଉଟ ହୋଇଥିଲେ । ତାଙ୍କ ପଛେ ପଛେ ଫାଫ୍ ଡୁପ୍ଲେସିସ୍ ଓ ଅଭିଷେକ ପରୋଲ ଆଉଟ ହୋଇଥିଲେ । କେଏଲ ରାହୁଲ ଓ ଅକ୍ଷର ପଟେଲ ଯଥାକ୍ରମେ ୧୦ ରନ ଓ ୬ ରନ କରି ଆଉଟ ହୋଇଥିଲେ । ସ୍କୋର ୨୯ ରନ ବେଳକୁ ଦିଲ୍ଲୀ ୫ଟି ଓ୍ବିକେଟ ହରାଇସାରିଥିଲା । ତେବେ ଟ୍ରିଷ୍ଟାନ ଷ୍ଟବ୍ସ ଓ ବିପ୍ରାଜ ନିଗମ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଷ୍ଟବ୍ସ ୪୪ ରନ ଓ ନିଗମ ୧୮ ରନ କରିଥିଲେ । ସେହିପରି ଆଶୁତୋଷ ଶର୍ମା ମଧ୍ୟ ୪୧ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । 
ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ୩ଟି ଇଶାନ ମାଲିଙ୍ଗା, ଜୟଦେବ ଉନାଦକଟ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।