ଚେନ୍ନାଇ : ଚେନ୍ନାଇରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୯ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲେ ବୋଲି ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରିନଥିଲେ । ଦଳ ପକ୍ଷରୁ କେବଳ ଅଭିଷେକ ଶର୍ମା ୩୪ରନ ଓ ରାହୁଲ ତ୍ରିପାଠୀ ୨୧ରନ କରିଥିଲେ । ଅନ୍ୟମାନେ ୨୦ରନ ଉପରକୁ ଟପିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରର ମାତ୍ର ୧୩୪ରନ କରିପାରିଥିଲା ।
ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ମହିଶ ତିକସନା, ମହିଶା ପାଥିରନା ଓ ଆକାଶ ସିଂ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।
ଗତ ଆଇପିଏଲ ପରି ଚଳିତ ଆଇପିଏଲରେ ବି ହାଇଦ୍ରାବାଦର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଛି ଓ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଚେନ୍ନାଇ ୫ଟି ମ୍ୟାଚରୁ ୩ଟି ବିଜୟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ।