ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ୍ ସୁପର-୪ ମ୍ୟାଚରେ ବାଂଲାଦେଶ ଆଗରେ ୧୩୬ ରନର ଲକ୍ଷ୍ୟ ରଖିଛି ପାକିସ୍ତାନ ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୩୫ ରନ କରିଥିଲା । ପାକିସ୍ତାନ ଆରମ୍ଭରୁ ମାତ୍ର ୫ ରନରେ ୨ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳର ସ୍କୋର ୪୯ ବେଳକୁ ୫ଟି ଓ୍ବିକେଟ ପଡ଼ିସାରିଥିଲା । ଶେଷ ପର୍ଯ୍ୟନ୍ତ ଦଳ ଏହି ବିପର୍ଯ୍ୟୟରୁ ଉଠି ପାରିନଥିଲା । ଦଳ ପକ୍ଷରୁ ମହମ୍ମଦ ହ୍ୟାରିସ୍ ୩୧ ରନ, ମହମ୍ମଦ ନଓ୍ବାଜ ୨୫ ରନ କରିଥିଲେ । ଅଧିନାୟକ ସଲମାନ ଆଗା ଓ ଶାହିନ ଆଫ୍ରିଦି ୧୯ ରନ ଲେଖାଏଁ କରିଥିଲେ ।
ବାଂଲାଦେଶ ପକ୍ଷରୁ ତସ୍କିନ ଅହମ୍ମଦ ୩ଟି ଓ୍ବିକେଟ ନେଇଥିବାବେଳେ ମେହିଦି ହାସାନ ଓ ରିସଦ ହୁସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।