ଆଇପିଏଲ : ମୁମ୍ବାଇ ଆଗରେ ୧୩୬ରନର ଲକ୍ଷ୍ୟ

ଆବୁ ଧାବି : ଆବୁ ଧାବିର ଶେଖ ଜାୟେଜ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୨ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୩୬ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ ।

ଆଜି ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ପକ୍ଷରୁ କେଏଲ ରାହୁଲ  ୨୧, ଆଇଡେମ ମାକରାମ ୪୨, ଦୀପକ ହୁଦା ୨୮ ରନ କରିଥିଲେ ।ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୫ ରନ କରିଥିଲା ।

ଚଳିତ ଆଇପିଏଲରେ ମୁମ୍ବାଇ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ ୬ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇଛି  ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଫଳରେ ଦଳ ପ୍ଲେ ଅଫକୁ ଯିବାର ସମ୍ଭାବନା କ୍ଷୀଣ ହୋଇଯାଇଛି । ଅନ୍ୟପକ୍ଷରେ ପଂଜାବ  ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୪ ବିଜୟ ୬ ପରାଜୟ ସହ ମାତ୍ର ୮ ପଏଣ୍ଟ ପାଇଛି  ଓ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର