ଆଇପିଏଲ : ଦିଲ୍ଲୀ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଚେନ୍ନାଇର ଏମ.ଏ.ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୧୩ତମ ମ୍ୟାଚରେ ମୁମ୍ବାଇ ଦିଲ୍ଲୀ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳୀୟ ସ୍କୋର ମାତ୍ର ୯ ରନ ହୋଇଥିବାବେଳେ କ୍ବିଣ୍ଟନ ଡିକକ୍ ଆଉଟ ହୋଇଥିଲେ । ତେବେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ଶର୍ମା ସର୍ବାଧିକ ୪୪ ରନ କରିଥିବାବେଳେ ସୂର୍ଯ୍ୟକୁମାର ୨୪ ଓ ଇଶାନ କିଷନ ୨୬ ରନ କରିଥିଲେ । ପାଣ୍ଡ୍ୟା ଭ୍ରାତା (ହାର୍ଦ୍ଦିକ ଓ କ୍ରୁନାଳ) ଶସ୍ତାରେ ଆଉଟ ହୋଇଯାଇଥିବାବେଳେ ଜୟନ୍ତ ଯାଦବ ୨୩ ରନ କରିଥିଲେ ।  ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ର ୪ଟି ଓ ଅଭେସ ଖାଁ ୨ଟି ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ମୁମ୍ବାଇ ୩ଟି ଲେଖାଏଁ ମ୍ୟାଚ ଖେଳି ୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଫଳରେ ଉଭୟ ଦଳ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି, କିନ୍ତୁ ନେଟ ରନ ରେଟ୍ ହାରରେ ଦିଲ୍ଲୀ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବାବେଳେ ମୁମ୍ବାଇ ୪ର୍ଥ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର