କରାଟେ ଗ୍ରେଡିଂ ପରୀକ୍ଷାରେ ୧୩୯ କୃତକାର୍ଯ୍ୟ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ରବିବାର ଅନୁଷ୍ଠିତ କରାଟେ ଗ୍ରେଡିଂ ପରୀକ୍ଷାରେ ୧୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ୧୩୯ ଜଣ କରାଟେକା ପରୀକ୍ଷା ଦେଇଥିଲେ। ଏଥିରେ ୟେଲୋ ବେଲ୍‌ଟରେ ୩୬, ଅରେଞ୍ଜ୍‌ ବେଲ୍‌ଟରେ ୨୯, ଗ୍ରିନ୍‌ ବେଲ୍‌ଟରେ ୨୮, ବ୍ଲୁ ବେଲ୍‌ଟରେ ୧୩ ଏବଂ ବ୍ରାଉନ୍‌ ବେଲ୍‌ଟରେ ୩୩ ଜଣ କୃତକାର୍ଯ୍ୟ ହୋଇଥିଲେ। ବରିଷ୍ଠ ପ୍ରଶିକ୍ଷକ ସେନ୍‌ସେଇ ଖାରବେଳ ମଲ୍ଲିକ, ସନ୍ଦୀପ ମହାନ୍ତି, ଦିଲିପ ଜେନା, କୃଷ୍ଣଚନ୍ଦ୍ର ମହାରଣା, ମହେଶ ଡୋରା, ସୁଶାନ୍ତ ପଣ୍ଡା, ସପନ ମିଶ୍ର, ଅନୁରାଧା ପାତ୍ର, ସିନ୍ଧୁତନୟା ଖୁଣ୍ଟିଆ ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ। ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ତଥା ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର