ନୂଆଦିଲ୍ଲୀ: ବମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ନୂଆଦିଲ୍ଲୀର ୧୪ ବର୍ଷୀୟା ସ୍କାସ୍ ତାରକା ଆନାହତ ସିଂହ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ୧୫ ବର୍ଷରୁ କମ୍ ବୟସ ବର୍ଗର ସ୍କ୍ବାସ୍ ପ୍ରତିଯୋଗିତାରେ ନିୟମିତ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କୁ ଏତେ କମ୍ ବୟସ ସତ୍ତ୍ବେ ଭାରତୀୟ ଦଳରେ ସୁଯୋଗ ମିଳିଛି। ନିକଟରେ ସେ ଜର୍ମାନୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଜିତିଥିଲେ। ଆନାହତ ମଧ୍ୟ ଏସୀୟ ୧୫ ବର୍ଷରୁ କମ୍ ସ୍କ୍ବାସ୍ ପ୍ରତିଯୋଗିତାରେ ବିଜୟିନୀ ଆଖ୍ୟା ଅର୍ଜନ କରିଥିଲେ। ତାଙ୍କ ଛଡ଼ା ଭେଲାଭନ୍ ସେନ୍ଥିକୁମାର ଓ ଅଭୟ ସିଂହ ମଧ୍ୟ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିବେ। ଏମାନଙ୍କ ଛଡ଼ା ଅଭିଜ୍ଞ ଦୀପିକା ପାଲିକଲ୍, ସୌରଭ ଘୋଷାଲ ଓ ଜୋତ୍ସା ଚିନାପ୍ପା ମଧ୍ୟ ଭାରତୀୟ ଦଳରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବ।
ଭାରତୀୟ ରାଜ୍ୟଗୋଷ୍ଠୀ ଦଳରେ ୧୪ ବର୍ଷୀୟା ଆନାହତ
/sambad/media/post_attachments/wp-content/uploads/2022/07/gd465gd465gjd4gj65d4g65jdgdjgdj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)