ୱାସିଂଟନ୍ : ଅରେଞ୍ଜ୍ କାଉଣ୍ଟି ଫୁଟ୍ବଲ୍ କ୍ଲବ୍ ବେୟର ଲଭରକୁସେନ ଏବଂ ଏଫ୍ସି କୋନ୍ ସହ ପ୍ରଶିକ୍ଷଣ ନେଉଥିବା ୧୪ ବର୍ଷୀୟ ଫ୍ରାନ୍ସିସ୍ ଜ୍ୟାକବ୍ସ ଏକ ଦ୍ବିତୀୟସ୍ତରର ୟୁନାଇଟେଡ୍ ଫୁଟ୍ବଲ୍ ଲିଗ୍ କ୍ଲବ୍ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଫଳରେ ଜ୍ୟାକବ୍ସ ଆମେରିକା ପେସାଗତ ଫୁଟ୍ବଲ୍ ଇତିହାସରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ପାଇଛନ୍ତି ବୋଲି କାଲିଫର୍ଣ୍ଣିଆ କ୍ଲବ୍ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ୧୪ ବର୍ଷ ୪ ମାସ ୨୯ ଦିନ ବୟସରେ ୟୁନାଇଟେଡ୍ ଫୁଟ୍ବଲ୍ ଲିଗ୍ କ୍ଲବ୍ ପାଇଁ ଚୁକ୍ତି କରିଥିବା ଜ୍ୟାକବ୍ସ ଶନିବାର ଲସ୍ ଭେଗାସ ଲାଇଟ୍ସ ଏଫ୍ସି ବିପକ୍ଷରେ ପଦାର୍ପଣ କରିବାର ସମ୍ଭାବନା ରହିଛି। ତାଙ୍କ ପୂର୍ବରୁ ୨୦୦୩ରେ ଫ୍ରେଡି ଆଡ଼ୁ ୧୪ ବର୍ଷ ୫ ମାସ ୧୬ ଦିନ ବୟସରେ ଡିସି ୟୁନାଇଟେଡ୍ ସହ ଚୁକ୍ତି କରି ସବୁଠାରୁ କନିଷ୍ଠ ଖେଳାଳି ହୋଇଥିଲେ।
ଆମେରିକା ପେସାଦାର ଫୁଟ୍ବଲ୍ କ୍ଲବ୍ରେ ୧୪ ବର୍ଷୀୟ ବାଳକ
/sambad/media/post_attachments/wp-content/uploads/2019/08/Francis-Jacobs-had-also-trained-with-Bayer-Leverkusen-and-FC-Koln.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)