ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୯ତମ ମ୍ୟାଚରେ ଚେନ୍ନାଇ ଆଗରେ ବିଜୟ ପାଇଁ ୧୪୦ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ।
ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୪ ରନରେ ୩ଟି ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । ତେବେ ନିହାଲ ଓ୍ବାଧେରା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଓ୍ବାଧେରା ୬୪ରନ ଓ ସୂର୍ଯ୍ୟକୁମାର ୨୬ରନ କରିଥିଲେ । ଟ୍ରିସାନ ଷ୍ଟ୍ରବ୍ସ ୨୦ରନ କରିଥିଲେ । କିନ୍ତୁ ଶେଷ ବେଳକୁ ଦଳର ବ୍ୟାଟିଂ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ଚେନ୍ନାଇ ପକ୍ଷରୁ ଯୁବ ଦ୍ରୁତ ବୋଲର ମହିସା ପଥିରାନା ୧୫ ରନ ଦେଇ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ଦୀପକ ଚହର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ୍ ନେଇଥିଲେ ।