ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୪ର ୬୧ତମ ମ୍ୟାଚରେ ଚେନ୍ନାଇ ଆଗରେ ୧୪୨ ରନର ଲକ୍ଷ୍ୟ ରଖିଛି ରାଜସ୍ତାନ ।

Advertisment

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଦଳର  ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ଜସ ବଟଲର ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଭଲ ଆରମ୍ଭ କରିଥିଲେ ବି ଉଭୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଜୟସ୍ବାଲ ୨୪ ରନ ଓ ବଟଲର ୨୧ ରନ କରି ଆଉଟ ହୋଇଥିଲେ । ସେହିପରି ଅଧିନାୟକ ସଂଜୁ ସାମସନ ୧୫ ରନ କରି ଆଉଟ ହୋଇଥିଲେ । ତେବେ ରିୟାନ ପରାଗ ଓ ଧ୍ରୁବ ଜୁରେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପରାଗ ଅପରାଜିତ ୪୭ ଓ ଜୁରେଲ ୨୮ ରନ କରିଥିଲେ । ମାତ୍ର ଶୁଭମ ଦୁବେ ଖାତା ଖୋଲିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୧ ରନ କରିଥିଲା । ଚେନ୍ନାଇ ପକ୍ଷରୁ ସିମରଜିତ ସିଂ ୩ଟି ଓ ତୁଷାର ଦେଶପାଣ୍ଡେ ୨ଟି ଓ୍ବିକେଟ ନେଇଥିଲେ ।