ବିଶ୍ବକପ୍ : ବାଂଲାଦେଶ ଆଗରେ ୧୪୩ରନର ବିଜୟ ଲକ୍ଷ୍ୟ ରଖିଲା ଓ୍ବେଷ୍ଟଇଣ୍ଡିଜ୍

ସାରଜା :  ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ବାଂଲାଦେଶ ଆଗରେ ୧୪୩ ରନର ବିଜୟ ଲକ୍ଷ୍ୟ ରଖିଛି ଓ୍ବେଷ୍ଟଇଣ୍ଡିଜ୍ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ଓ୍ବେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦଳ ଆରମ୍ଭରୁ ହିଁ ନିଜର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଓ ଏଭିନ ଲୁଇସଙ୍କୁ ହରାଇଥିଲା । ତେବେ ଆଜି ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳୁଥିବା ରୋଷ୍ଟନ ଚେଜ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ୩୯ ରନ କରି ଆଉଟ ହୋଇଥିଲେ । ମାତ୍ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ପୁଣି ଦଳକୁ ନିରାଶ କରିଥିଲେ । ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୁରନ ମାତ୍ର ୨୨ ବଲରେ ୪୦ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।

ଉଭୟ ବାଂଲାଦେଶ ଓ ଓ୍ବେଷ୍ଟ ଇଣ୍ଡିଜ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । କାରଣ ଉଭୟ ଟିମ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ ଖେଳି କୈଣସି ଗୋଟିଏ ମ୍ୟାଚରେ ବି ଜିତି ପାରିନାହାନ୍ତି  ।

ସମ୍ବନ୍ଧିତ ଖବର