ଆବୁ ଧାବି : ଆବୁଧାବିଠାରେ ଖେଳାଯାଉଥିବା ଏସିଆ କପର ୩ୟ ଲିଗ୍ ମ୍ୟାଚରେ ବାଂଲାଦେଶ ଆଗରେ ୧୪୪ ରନର ଲକ୍ଷ୍ୟ ରଖିଛି ହଂକଂ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହଂକଂ ନିର୍ଦ୍ଧାରିତ ୨- ଓଭରରେ ୭ ଓ୍ବିକେଟ ହରାଇ ୧୪୩ ରନ କରିଥିଲା । ଦଳ ପକ୍ଷରୁ ଜିସାନ ଅଲ୍ଲି ୩୦ ରନ କରିଥିବାବେଳେ ନିଜାକତ୍ ଖାଁ ୪୨ ରନ ଓ ୟାସିମ ମୁର୍ତ୍ତାଜା ୨୮ ରନ କରିଥିଲେ । ତେବେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ବାଂଲାଦେଶ ପକ୍ଷରୁ ରିଷଦ ହୋସେନ, ଟାଞ୍ଜିମ ହାସନ ସାକିବ ଓ ତାସକିନ ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏସିଆ କପରେ ଆସନ୍ତା କାଲି ପାକିସ୍ତାନ ଓମାନକୁ ଭେଟିବ । ସେହିପରି ଆସନ୍ତା ରବିବାର ଏସିଆ କପର ସବୁଠାରୁ ହାଇ ପ୍ରୋଫାଇଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/11/screenshot-2025-09-11-214416-2025-09-11-21-59-30.png)