ଆଇପିଏଲ : ଲକ୍ଷ୍ନୌ ଆଗରେ ୧୪୫ରନର ବିଜୟ ଲକ୍ଷ୍ୟ ରଖିଲା ଗୁଜୁରାଟ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୫୭ତମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜୁରାଟ ।

ଏହି ମ୍ୟାଚରେ ଗୁଜୁରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ଋଦ୍ଧିମାନ ଶାହାଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ମାଥ୍ୟୁ ଓ୍ବେଡ(୧୦ ରନ)ଙ୍କ ଓ୍ବିକେଟ ବି ଅଳ୍ପ ରନ ବ୍ୟବଧାନରେ ହରାଇଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୧୧ରନ ) ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ଗୋଟିଏ ପଟେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିବାବେଳେ ଅନ୍ୟପଟେ  ଶୁଭମନ ଗିଲ ଲଢୁଆ ବ୍ୟାଟିଂ କରିଚାଲିଥିଲେ । ସେ ଅପରାଜିତ ୬୩ ରନ କରିଥିଲେ । ସେହିପରି ଡେଭିଡ ମିଲର ୨୬ରନ  ଓ ରାହୁଲ ତେଓ୍ବାତିଆ ୨୨ରନ କରିଥିଲେ ।

ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୪୪ରନ କରିପାରିଥିଲା । ଲକ୍ଷ୍ନୌ ପକ୍ଷରୁ ଅଭେସ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ଜାସନ ହୋଲଡର ଓ ମହସିନ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର