ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୪୪ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ୧୪୬ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଙ୍ଗାଲୋର ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୪୫ ରନ୍ କରିଛି।
ବାଙ୍ଗାଲୋର ନିଜର ପ୍ରଥମ ଓ୍ଵିକେଟ୍ ଭାବେ ୩୧ ରନ୍ରେ ଆରୋନ୍ ଫିଞ୍ଚ (୧୫ ରନ୍, ୧୧ ବଲ୍, ୩ ଚୌକା)ଙ୍କୁ ହରାଇଥିଲା। ଚେନ୍ନାଇ ବୋଲର ସାମ୍ କୁରାନଙ୍କ ବଲ ଋତୁରାଜ ଗାୟକଓ୍ଵାଡଙ୍କୁ କ୍ୟାଚ୍ ଦେଇ ଫିଞ୍ଚ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ବିରାଟ କୋଡଲି ପଡ଼ିଆକୁ ପ୍ରବେଶ କରିଥିଲେ। ଚେନ୍ନାଇର ଦ୍ୱିତୀୟ ଶିକାର ହୋଇଥିଲେ ଦେବଦୂତ ପଡିକଲ୍। ସେ ୨୧ଟି ବଲ ଖେଳି ୨ ଚୌକା ଓ ଗୋଟିଏ ଛକା ବଳରେ ୨୨ ରନ୍ କରିଥିଲେ।
ବାଙ୍ଗାଲୋର ୪୬ ରନ୍ରେ ୨ଟି ଓ୍ଵିକେଟ ହରାଇବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ (୩୯ ରନ୍, ୩୬ ବଲ, ୪ ଚୌକା)। ସେ ତୃତୀୟ ଓ୍ଵିକେଟ୍ରେ ଅଧିନାୟକ ବିରାଟ କୋହଲି (୪୩ ବଲ, ୫୦ ରନ୍, ୧ ଚୌକା, ୧ ଛକା)ଙ୍କ ସହିତ ୮୨ ରନ୍ର ଭାଗିଦାରୀ ହୋଇପାରିଥିଲେ।
ମୋଇନ୍ ଅଲି ୧ ରନ୍, କ୍ରିସ୍ ମୋରିସ୍ ୨ ରନ୍, ଗୁରୁକିରତ ସିଂହ ମନ୍ ଅପରାଜିତ ୨ ରନ୍ ଓ ଓ୍ଵାସିଂଟନ ସୁନ୍ଦର ଅପରାଜିତ ୨ ରନ୍ କରିଥିଲେ। ଚେନ୍ନାଇ ପାଇଁ ସାମ୍ କୁରାନ୍ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଦୀପକ ଚାହରଙ୍କୁ ୨ ଓ ମିଚେଲ ସଣ୍ଟନର୍ଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।