ଆଇପିଏଲ : ଦିଲ୍ଲୀ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୧ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ ।

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୧୪୬ ରନ କରିଥିଲା । ଦଳ ଆରମ୍ଭରୁ ଦୁଇ ଓପନର ଆରନ ଫିଞ୍ଚ୍ ଓ ଭେଙ୍କଟେଶ ଆୟର ସହଳ ଆଉଟ ହୋଇଯାଇଥିଲେ । ସେହିପରି ବାବା ଇନ୍ଦ୍ରଜିତ ଓ ସୁନୀଲ ନାରିନ ମଧ୍ୟ ଯଥାକ୍ରମେ ୬ ଓ ୦ ରନରେ ଆଉଟ ହୋଇଥିଲେ । ତେବେ ଶ୍ରେୟସ ଆୟର ଓ ନିତିଶ ରାଣା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟତା କରିଥିଲେ । ଆୟର ୪୨ ଓ ରାଣା ୫୭ ରନ କରିଥିଲେ । ରିଙ୍କୁ ସିଂ ୨୩ ରନ କରିଥିଲେ । ତେବେ ଦଳ ଶେଷଭାଗ ବ୍ୟାଟରମାନେ ପୁଣି ବିଫଳ ହୋଇଥିଲେ ।

ଦିଲ୍ଲୀ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ ମୁସ୍ତାଫିଜୁର ରେହେମାନ ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର