ପୂର୍ବାଞ୍ଚଳ ଖେଲୋ ଇଣ୍ଡିଆ ଜୁଡୋରେ ଓଡ଼ିଶାକୁ ୧୫ ପଦକ

ଭୁବନେଶ୍ବର: ଜାନୁଆରି ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ କୋଲ୍‌କାତାରେ ଆୟୋଜିତ ପୂର୍ବାଞ୍ଚଳ ଖେଲୋ ଇଣ୍ଡିଆ ଦ୍ବିତୀୟ ସଂସ୍କରଣର ମହିଳା ଲିଗ୍‌ ଓ ରୢାଙ୍କିଙ୍ଗ୍‌ ଜୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୫ ପଦକ ମିଳିଛି। ସେଥିରେ ଗୋଟିଏ ସ୍ବର୍ଣ୍ଣ, ୫ ରୌପ୍ୟ ଏବଂ ୯ କାଂସ୍ୟ ସାମିଲ ରହିଛି। ମୋଟ ୩୩ ମହିଳା ଜୁଡୋକା ଏଥିରେ ଭାଗ ନେଇଥିଲା ବେଳେ ଉପକନିଷ୍ଠ ବର୍ଗରେ ଡଲି ହୋ ରୌପ୍ୟ, ଅଞ୍ଜଳି ମାଝୀ, ଅନନ୍ୟା ବେହେରା ଓ ସରିତ‌ା ମଲ୍ଲିକ କାଂସ୍ୟ, କ୍ୟାଡେଟ୍‌ ବର୍ଗରେ ଜି ବଂଶିକା ସ୍ବର୍ଣ୍ଣ, ନମ୍ରତା ଦର୍ଜୀ ରୌପ୍ୟ ଏବଂ ସୋନିଆ ଗମାଙ୍ଗୋ, ରାଇମଣୀ ସୋରେନ, ଡୁଲି ମୁର୍ମୁ କ‌ାଂସ୍ୟ ପଦକ ଜିତିଛନ୍ତି।

କନିଷ୍ଠ ବର୍ଗରେ ଜି ବଂଶିକା ରୌପ୍ୟ, ବରିଷ୍ଠ ବର୍ଗରେ ଅଞ୍ଚଳି ସାହୁ ଓ ସୁଚିତା ମୁଣ୍ଡା ରୌପ୍ୟ, ଆଶାରାହିଲ କିସ୍‌ପାଟା, ଡୁଲି ମୁର୍ମୁ, ପୁନୁଗୀ ମୁର୍ମୁ କାଂସ୍ୟ ପଦକ ଜିତିଛନ୍ତି। ପଦକ ବିଜେତାମାନେ ଖେଲୋ ଇଣ୍ଡିଆ ଜାତୀୟ ଜୁଡୋ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶା ମହିଳା ଦଳ ସହ ବିଶ୍ବଜିତ ମାହାରୀ, ଲୋପାମୁଦ୍ରା ପତି ପ୍ରଶିକ୍ଷକ ଭାବେ ଏବଂ ଦେବେନ ଜାନୀ ପ୍ରବନ୍ଧକ ଭାବେ କୋଲ୍‌କାତା ଯାଇଥିଲା ବେଳେ କନ୍ଦନ ମୁର୍ମୁ ଅଫିସିଆଲ ରହିଥିଲେ। ଏଭଳି ସଫଳତା ପାଇଁ ଓଡ଼ିଶା ରାଜ୍ୟ ଜୁଡୋ ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ସାଧାରଣ ସଂପାଦକ ପୁର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ବୈଷୟିକ ସଂପାଦକ କନ୍ଦନ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର