୧୫ ମିନିଟ୍‌ର ଉଦ୍‌ଘାଟନୀ

ଏସୀୟ ଦୌଡ଼କୁଦ ଭଳି ହକି ବିଶ୍ୱ ଲିଗ୍‌ ଫାଇନାଲର ଉଦଘାଟନ ସେତେଟା ଜାକ ଜମକରେ ହେବ ନାହିଁ। ଏଭଳି ସୂଚନା ଦେଇଛନ୍ତି ହକି ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ। ପ୍ରଥମ ଦିନ ଅର୍ଥାତ୍‌ ଡିସେମ୍ବର ପହିଲାରେ ମାତ୍ର ୧୫-୨୦ ମିନିଟର ଉଦଘାଟନୀ ଉତ୍ସବ ହେବ ବୋଲି ସଂପୃକ୍ତ ଅଧିକାରୀଜଣକ ଅନଔପଚାରିକ ଭାବେ କହିଛନ୍ତି। ଏହି ଉତ୍ସବରେ କିନ୍ତୁ ସ୍ଥାନୀୟ କଳା ସଂସ୍କୃତିକୁ ପ୍ରଧାନ୍ୟ ଦିଆଯିବ। ଏଥିଲାଗି କଳାକାରମାନେ ଷ୍ଟାଡିୟମ୍‌ ବାହାରେ ଅଭ୍ୟାସ ଚାଲୁ ରଖିଛନ୍ତି। ପ୍ରତିଯୋଗିତାର ସିଧା ପ୍ରସାରଣ କରୁଥିବା ଷ୍ଟାର ସ୍ପୋର୍ଟସ ଉଦଘାଟନୀ ଉତ୍ସବ ଲାଗି ଅଧିକ ସମୟ ଉତ୍ସର୍ଗ କରିବାକୁ ରାଜି ନହେବାରୁ ଏହାକୁ ମାତ୍ର ୨୦ ମିନିଟ୍‌ ଭିତରେ ସୀମିତ ରଖିବାକୁ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ମହାସଂଘ ମିଳିତ ଭାବେ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର