୧୫ ବର୍ଷରୁ କମ୍‌ ରାଜ୍ୟ ଚେସ୍‌: ରୁଦ୍ର ଓ ପ୍ରିୟଙ୍କା ବିଜେତା

କଟକ: ଓଡ଼ିଶା ଚେସ୍‌ ସଂଘ ଓ କଟକ ଜିଲ୍ଲା ଚେସ୍‌ ସଂଘ ମିଳିତ ଆନୁକୂଲ୍ୟରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାଲିଥିବା ୧୫ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ଓପନ ବିଭାଗରେ ପୁରୀର ରୁଦ୍ରନାରାୟଣ ଓ ବାଳିକାରେ ପ୍ରିୟଙ୍କା ରାଉତରାୟ ୬ ପଏଣ୍ଟ ଲେଖାଏଁ ପାଇ ବିଜେତା ହୋଇଛନ୍ତି। ଓପନରେ ରୁଦ୍ରଙ୍କ ପଛକୁ ଆଦିତ୍ୟ ରଂଜନ ସାମଲ, ଶ୍ରେୟାଂସ ଶୁଭମ୍‌ ପଟ୍ଟନାୟକ, ହର୍ଷିତ ରଂଜନ ସାହୁ ୬ ପଏଣ୍ଟ ଲେଖାଏଁ ପାଇଥିଲା ବେଳେ ସାର୍ଥକ ଦେବତା, ଆଦିତ୍ୟ ଅନୁରକ୍ତା ମହାନ୍ତି, ଦିକ୍ଷାନ୍ତ ଦାଶ, ଜଗଦୀଶ ବାରିକ, ଆର୍ଯ୍ୟାନ୍‌ ଅର୍ଣ୍ଣବ ସାମନ୍ତରାୟ, ତନ୍ମୟ ତ୍ରିପାଠୀ ସାଢେ ୫ ପଏଣ୍ଟ ପାଇଥିଲେ। ସେହିପରି ବାଳିକାରେ ପ୍ରିୟଙ୍କାଙ୍କ ପଛକୁ ଅଙ୍କିତା ସାହୁ, ପି ସାଇରୂପା, ଶ୍ରେୟା ସ୍ମୃତି ମହାନ୍ତି, ମିରାକିଲ୍‌ ପଣ୍ଡା ସାଢେ ୫ ପଏଣ୍ଟ ଲେଖାଏଁ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡଲିସିଆସ୍‌ ଦାଶ, ସୁହାନା ଜେନା, ଅଙ୍କିତା ସାହୁ, ଅନୁଷ୍କା ମହାନ୍ତି ଓ ପ୍ରକୃତି ରାଉତ ୫ ପଏଣ୍ଟ ପାଇ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ୬ ବର୍ଷରୁ କମ୍‌ରେ ସ୍ୱସ୍ତିକ ଶୁଭମ୍‌ ପଟ୍ଟନାୟକ, ୭ ବର୍ଷରୁ କମ୍‌ରେ ବିଶ୍ୱପ୍ରୀତ୍‌ ରାଏ, ୮ ବର୍ଷରୁ କମ୍‌ରେ ଆୟୁଷ ବରଣ ମିଶ୍ର, ୯ ବର୍ଷରୁ କମ୍‌ରେ ଶ୍ରୀୟାଂଶ ଦାସ, ୧୧ ବର୍ଷରୁ କମ୍‌ରେ ଆୟୁଷ ସାମନ୍ତରାୟ, ୧୩ ବର୍ଷରୁ କମ୍‌ରେ ସ୍ୱପ୍ନିଲ୍‌ ପ୍ରିୟଦର୍ଶୀ ପ୍ରଥମ ହୋଇଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବରେ ରଣଜୀ କ୍ରିକେଟର ବିପ୍ଳବ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟୀ ମହାପାତ୍ର, କ୍ରୀଡ଼ା ଅଧିକାରୀ ସ୍ୱର୍ଣ୍ଣଲତା ବଳ, କଟକ ଜିଲ୍ଲା ଚେସ୍‌ ସଂଘ ସଭାପତି ଅସିତ ମୁଖାର୍ଜୀ, ସମ୍ପାଦକ ରଂଜନ ମହାନ୍ତି, ଉପ ସଭାପତି ସନ୍ତୋଷ ପୃଷ୍ଟି, ସତ୍ୟରଂଜନ ପଟ୍ଟନାୟକ, ଫନିନ୍ଦ୍ର ମହାନ୍ତି, ଚୌଧୁରୀ ପିକେ ମିଶ୍ର, ହେମନ୍ତ କୁମାର ନାୟକ, ଏନ୍‌ ସରିଫ, ସେକ୍‌ ମନସୁର ଅଲ୍ଲୀ, ଅଜୟ କୁମାର ନାୟକ, ଏସ୍‌କେ ବୋସୋଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ନିହାର ରଂଜନ ସାସ୍‌ମଲ ଓ ତାପସ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର