୧୫ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ଉଦ୍‌ଘାଟିତ

କଟକ: କଟକ ଜିଲ୍ଲା ଚେସ୍‌ ସଂଘ ପକ୍ଷରୁ ୧୫ ବର୍ଷରୁ କମ୍‌ ରାଜ୍ୟ ଓପନ୍‌ ଓ ବାଳିକା ପ୍ରତିଯୋଗିତା ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨ ରାଉଣ୍ଡ ଖେଳାଯାଇଥିଲାବେଳେ ଉଭୟ ବିଭାଗରୁ ୩୯ଜଣ ମିଳିତ ଅଗ୍ରଣୀ ରହିଛନ୍ତି। ବାଳିକାରେ ପ୍ରିୟଙ୍କା ରାଉତରାୟ, ସୁହାନା ଜେନା, ମିରାକଲ୍‌ ପଣ୍ଡା, ଶ୍ରେୟାସ୍ମୃତି ମହାନ୍ତି, ଅଙ୍କିତା ସାହୁ, ଡୋଲିସିଆସ୍‌ ଦାଶ, ସ୍ନେହାୟୁକ୍ତା ବେହେରା, ବିଜୟଲକ୍ଷ୍ମୀ ବାରିକ, ପି ସାଇରୂପା, ପଲକ ମହାପାତ୍ର ଓ ସଞ୍ଚି ସାହୁ ପୂର୍ଣ୍ଣ ୨ ପଏଣ୍ଟ ଲେଖାଏଁ ପାଇ ଆଗରେ ଅଛନ୍ତି। ସେହିପରି ଓପନ୍‌ରେ ସୂର୍ଯ୍ୟପ୍ରାଞ୍ଜଲ ଇନ୍ଦ୍ରଜିତ, ଆଦିତ୍ୟ ରଂଜନ ସାମଲ, ସାର୍ଥକ ଦେବତା, ପ୍ରତ୍ୟୁଷ ମହାପାତ୍ର, ତନ୍ମୟ ତ୍ରିପାଠୀ, ରୁଦ୍ରନାରାୟଣ, ଜଗଦୀଶ ବାରିକ, ନିର୍ମଳ ଚନ୍ଦ୍ର ଗୁରୁ, ଅଭିଜ୍ଞାନ ମହାନ୍ତି, ହର୍ଷିତ ରଂଜନ ସାହୁ, ପ୍ରିୟାଂଶ ଦାସ, ଆର୍ଯ୍ୟାନ୍‌ ମହାପାତ୍ର, ଆୟୁଷ ସାମନ୍ତରାୟ, ଶ୍ରେୟାଂଶ ଶୁଭମ ପଟ୍ଟନାୟକ, ସ୍ୱପ୍ନିଲ୍‌ ପ୍ରିୟଦର୍ଶୀ, ସତ୍ୟମ ନାୟକ, ସୁଜ୍ୟୋତ ମହାନ୍ତି, ଦିକ୍ଷାନ୍ତ ଦାଶ, ଆର୍ଯ୍ୟାନ୍‌ ଅର୍ଣ୍ଣବ ସାମନ୍ତରାୟ, ଅଭିନବ ପାଲ୍‌, କୌସ୍ତୁଭ ଦାସ, ଶାଶ୍ୱତ ମଲ୍ଲିକ, ଆଦିତ୍ୟ ଅନୁରକ୍ତ ମହାନ୍ତି, ରାଜବୀର ବି ପାଲ, କୌଶିକ ପାଣିଗ୍ରାହୀ, ଶ୍ରୀୟାଂସ ଦାସ, ୟାଶିତା ରାଉତ ଓ ତୁଷାର ଦାସ ୨ ପଏଣ୍ଟ ଲେଖାଏଁ ପାଇଛନ୍ତି। ପ୍ରତିଯୋଗିତାର ଓପନ୍‌ ବିଭାଗରେ ୧୧୫ ଓ ବାଳିକାରେ ୫୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଓପନ୍‌ରେ ଆଦିତ୍ୟ ରଂଜନ ସାମଲ ଓ ବାଳିକାରେ ପ୍ରିୟଙ୍କା ରାଉତ ଟପ୍‌ସିଡ୍‌ ଭାବେ ଖେଳୁଛନ୍ତି। ମହିଳା କ୍ୟାଣ୍ଡିଡେଟ୍‌ ମାଷ୍ଟର ଶ୍ରେୟାସ୍ମୃତି ମହାନ୍ତି ଦ୍ୱିତୀୟ ସିଡ୍‌ ମାନ୍ୟତା ପାଇଛନ୍ତି। ପୂର୍ବାହ୍ନର ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଚିନ୍ମୟୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ଅସିତ ମୁଖାର୍ଜୀ, ସଂପାଦକ ରଂଜନ ମହାନ୍ତି, କୋଷାଧ୍ୟକ୍ଷ ଫନିନ୍ଦ୍ର ମହାନ୍ତି, ସନ୍ତୋଷ ପୃଷ୍ଟି, ସତ୍ୟରଂଜନ ପଟ୍ଟନାୟକ, ହେମନ୍ତ ନାୟକ, ଶୈଳବାଳା ମହାବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ସ୍ୱର୍ଣ୍ଣଲତା ବଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ତାପସ ମହାନ୍ତି ଓ ନିହାର ରଂଜନ ସାସ୍‌ମଲ୍‌ ପରିଚାଳନା କରୁଛନ୍ତି। ମନସୁର ଅଲ୍ଲୀ ଓ ରାଜେନ୍ଦ୍ର କୁମାର ସେଠୀ ମ୍ୟାଚ ପରିଚାଳନାରେ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର