ତାଏକୋଣ୍ଡୋ କର୍ମଶାଳାରେ ଯୋଗଦେଲେ ୧୫୦

ଭୁବନେଶ୍ବର, ୨୫ା୧(ଇମିସ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଏକ ତାଏକୋଣ୍ଡୋ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାର ୧୫୦ ଜଣ ଖେଳାଳି ଓ ପ୍ରଶିକ୍ଷକ ଅଂଶଗ୍ରହଣ କରିଥିଲେ। ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ଅନ୍ତର୍ଜାତୀୟ ରେଫରି ସୁନ୍ଦରମଣୀ ପଟେଲ, ଚିନ୍ମୟ ବେ‌ହେରା, ସନ୍ଦୀପ କୁମାର ସାହୁ ଏବଂ ପ୍ରଭାତ ଚନ୍ଦ୍ର ସାହୁ ଯୋଗଦେଇ ନିଜ ଅଭିଜ୍ଞତା ବାଣ୍ଟିଥିଲେ। ଓଡ଼ିଶା କରାଟେ, ରାଇଫଲ୍ ଏବଂ ଶକ୍ତି ଉତ୍ତୋଳନ ସଂଘର ସଂପାଦକ ହରିପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଖେଳାଳିଙ୍କ ପାଇଁ ଫିଟନେସ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ। ଆଗାମୀ ସମୟରେ ରାଜ୍ୟରେ ତାଏକୋଣ୍ଡୋର ବିକାଶ ଲାଗି ଉତ୍କଳ କରାଟେ ସ୍କୁଲ୍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି କହିଥିଲେ। ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ସ୍କୁଲ୍‌ର ପରିଚାଳନା ନିର୍ଦ୍ଦେଶକ ଚନ୍ଦ୍ରଶେଖର ପତି ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ସମ୍ବନ୍ଧିତ ଖବର