ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଆଜିର ମ୍ୟାଚ୍ ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଆଇପିଏଲର ଚଳିତ ସଂସ୍କରଣର ୪୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇଥିଲା ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ। ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିବା ପରେ ବାଙ୍ଗାଲୋରକୁ ୧୫୦ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ରାଜସ୍ଥାନର ଇନିଂସ ଆରମ୍ଭ କରିଥିଲେ ଇଭିନ୍ ଲୁଇସ୍ ଓ ଯଶସ୍ୱୀ ଜୟସ୍ୱାଲ। ଲୁଇସ୍ ୩୭ଟି ବଲ୍ ଖେଳି ୫୮ ରନ୍ ସଂଗ୍ରହ କରିଥିଲେ। ଏଥିରେ ୫ଟି ଚୌକା ଓ ୩ ଛକା ସାମିଲ ଥିଲା। ତାଙ୍କର ସାଥୀ ଖେଳାଳି ଜୟସ୍ୱାଲ ୨୨ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଧିନାୟକ ସଂଜୁ ସାମ୍ସନ୍ ୧୫ଟି ବଲ ଖେଳି ୨ଟି ଛକା ସହାୟତାରେ ୧୯ ରନ୍ କରିଥିଲେ।
ସେହିପରି ରାଜସ୍ଥାନ ଦଳର କ୍ରିସ ମୋରିସ୍ ୧୪ ରନ୍, ରିୟାନ ପରାଗ ୯ ରନ୍, ଲିଆମ୍ ଲିଭିଂଗଷ୍ଟୋନ୍ ୬ ରନ୍ କରିଥିଲେ। ବାଙ୍ଗାଲୋର ପକ୍ଷରୁ ହର୍ଷ ପଟେଲ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଯୁଜବେନ୍ଦ୍ର ଚହଲ ଓ ସାହାବାଜ୍ ଅହମଦ୍ ୨-୨ଟି ଓ୍ଵିକେଟ ନେଇଥିଲେ। ଜର୍ଜ ଗାର୍ଟେନ ଓ ଡାନିଏଲ୍ ଖ୍ରୀଷ୍ଟିଆନ୍ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/FAderdtWQAM2LBz.jpg)