କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୧୫୦ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ନାଇଟ୍ ରାଇଡର୍ସ ।
ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଜାସନ ରଏଙ୍କ ଓ୍ବିକେଟ ହରାଇଥିଲା । ସେ ମାତ୍ର ୧୦ ରନ କରିଥିଲେ । ତାଙ୍କ ପରେ ପରେ ରେହମାନୁଲ୍ଲା ଗୁରବାଜ୍ ବି ୧୮ ରନ କରିଆଉଟ ହୋଇଥିଲେ । ତେବେ ଭେଙ୍କଟେଶ ଆୟର ଓ ନୀତିଶ ରାଣା ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲେ । ଆୟର ସର୍ବାଧିକ୫୭ରନ ଓ ରାଣା ୨୨ରନ କରିଥିଲେ । ରିଙ୍କୁ ସିଂ ୧୬ରନ କରି ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୪ଟି ଓ୍ବିକେଟ ଓ ଟ୍ରେଣ୍ଟ ବୋଲଟ୍ ୨ଟି ଓ୍ବିକେଟ ନେଇଥିଲେ ।
ପ୍ଲେଅପକୁ ଯିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । ଉଭୟ ଦଳ ଏପର୍ଯ୍ୟନ୍ତ ୧୦ଟି ଲେଖାଏଁ ମ୍ୟାଚ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି ।