ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍ର ଗୋଟିଏ ଲେଖାଏ ମ୍ୟାଚ୍, ମୋଟ୍ ୨ଟି ଖେଳାଯାଇଥିଲା। ମହିଳା ବର୍ଗରେ ଓଡ଼ିଶା ୱାରିଅର୍ସ ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ଏବଂ ପୁରୁଷ ବର୍ଗରେ ଓଡ଼ିଶା କଳିଙ୍ଗ ଲାନସର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଖେଳାଯାଇଥିଲା। ଉଭୟ ବର୍ଗରେ ଘରୋଇ ଓଡ଼ିଶା ଦଳ ଖେଳୁଥିବାରୁ ଦର୍ଶକଙ୍କ ସଂଖ୍ୟା ଆଶାତୀତ ରହିଥିଲା। ଉଭୟ ମ୍ୟାଚ୍କୁ ପାଖାପାଖି ୧୪/୧୫ ହଜାର ଦର୍ଶକ ଉପଭୋଗ କରିଥିଲେ।
/sambad/media/media_files/2025/01/19/6dcc0486-a4de-4fc5-8aec-38245e958ab8.jpg)
ପ୍ରାୟ ସବୁ ମ୍ୟାଚ୍ରେ ଦର୍ଶକ ସଂଖ୍ୟା ଆଖିିଦୃଶିଆ ରହୁଛି। ତେବେ ରବିବାର କିନ୍ତୁ ସଂଖ୍ୟା ଢ଼େର୍ ଅଧିକ ରହିଥିଲା। ପ୍ରଥମ ମ୍ୟାଚ୍ ୬.୧୫ ମିନିଟ୍ରେ ଆରମ୍ଭ ହେବାର ଢ଼େର୍ ପୂର୍ବରୁ ଷ୍ଟାଡିୟମକୁ ପହଞ୍ଚିଯାଇଥିଲେ ଦର୍ଶକ। ଆଉ ମ୍ୟାଚ୍ ଆରମ୍ଭ ହେବାମାତ୍ରେ ପାଖିପାଖି ସବୁ ଷ୍ଟାଣ୍ଡ୍ ଦର୍ଶକଙ୍କ ଉପସ୍ଥିତିିରେ ପୁରି ଉଠିଥିଲା। ଉଭୟ ମ୍ୟାଚ୍ରେ ହକିପ୍ରେମୀ ଘରୋଇ ଦଳକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।
ପ୍ରାୟ ସବୁ ମ୍ୟାଚ୍ରେ ଦର୍ଶକ ସଂଖ୍ୟା ଆଖିିଦୃଶିଆ ରହୁଛି। ତେବେ ରବିବାର କିନ୍ତୁ ସଂଖ୍ୟା ଢ଼େର୍ ଅଧିକ ରହିଥିଲା। ପ୍ରଥମ ମ୍ୟାଚ୍ ୬.୧୫ ମିନିଟ୍ରେ ଆରମ୍ଭ ହେବାର ଢ଼େର୍ ପୂର୍ବରୁ ଷ୍ଟାଡିୟମକୁ ପହଞ୍ଚିଯାଇଥିଲେ ଦର୍ଶକ।
ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ମଧ୍ୟ ମହିଳା ଲିଗ୍ର ଗୋଟିଏ ମ୍ୟାଚ୍ ଏଠାରେ ଖେଳାଯାଇଥିଲା। ତେବେ ଆଜି ଘରୋଇ ଓଡ଼ିଶା ୱାରିଅର୍ସ ଖେଳୁଥିବାରୁ ଦର୍ଶକଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଆକଳନ କରାଯାଉଥିଲା। ଓଡ଼ିଶା ୱାରିଅର୍ସ ପକ୍ଷରୁ ସୁନ୍ଦରଗଡ଼ ମାଟିରେ ଜନ୍ମିତ ଅଲିମ୍ପିଆନ ଦୀପଗ୍ରେସ ଏକ୍କା, ଜ୍ୟୋତି ଛତ୍ରୀ, ଅଞ୍ଜଳି ବାରୱା, ମାଧୁରୀ କିଣ୍ଡୋ ପ୍ରମୁଖ ପଡ଼ିଆକୁ ଓହ୍ଲାଇଥିଲେ। ସେହିଭଳି ପୁରୁଷ ବର୍ଗରେ ଯୁବତାରକା ରୋଶନ କୁଜୁର, ରୋହିତ କୁଲ୍ଲୁ, ପରତାପ ଲାକ୍ରା, ସୁଶୀଳ ଧନୱାର ପ୍ରମୁଖ କଳିଙ୍ଗ ଲାନ୍ସର୍ସର ପ୍ରତିନିଧିତ୍ବ କରିଥିଲେ। ଏହି ଓଡ଼ିଆ ତାରକାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଥିଲା।