ଆଇପିଏଲ : ବାଙ୍ଗାଲୋର ଆଗରେ ୧୫୨ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୧୭ତମ ମ୍ୟାଚରେ ବାଙ୍ଗାଲୋର ଆଗରେ ୧୫୨ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୧ ରନ କରିଥିଲା ।

ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଭଲ ଆରମ୍ଭ କରିଥିଲେ ବି ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ୨୬ ରନ ଲେଖାଏଁ କରିଥିଲେ । ମାତ୍ର ଡେଓ୍ବାଲଡ ବ୍ରେଓ୍ବିସ, ତିଲକ ବର୍ମା ଓ ପୋଲାର୍ଡ ଓ ରମନଦୀପ ସିଂ ଶୀଘ୍ର ଆଉଟ୍ ହେବାରୁ ଦଳ ସଂକଟରେ ପଡ଼ିଥିଲା । ତେବେ ଅନ୍ୟପଟେ ଥିବା ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ୬୮ ରନ କରିଥିଲେ ।

ସମ୍ବନ୍ଧିତ ଖବର